ଆଇଆଇଆଇଟି ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ଇଡ୍କୋ ତାହାର ପ୍ରମୁଖ କାର୍ଯ୍ୟ ଗୁଡିକର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରିସାରିଛି । ନିଗମରେ ଡେସ୍କଟପ୍ କମ୍ପ୍ୟୁଟର, ଲାପ୍ଟପ୍, ସର୍ଭର, ପ୍ରିଣ୍ଟର ଏବଂ ନେଟ୍ୱାର୍କ ଯନ୍ତ୍ରାଂଶ ସହିତ ଉନ୍ନତମାନର ଆଇଟି ଭିତ୍ତିଭୂମି ରହିଛି । ନିଗମର ବିଭିନ୍ନ ଡିଭିଜନ ମଧ୍ୟରେ ଚିଠିପତ୍ର ଆଦାନପ୍ରଦାନ ଇମେଲ୍ ବ୍ୟବସ୍ଥା ଦ୍ୱାରା କରାଯାଉଛି । ନିଗମରେ ଗ୍ରହଣ କରାଯାଇଥିବା କମ୍ପ୍ୟୁଟରୀକରଣ କାର୍ଯ୍ୟ ଗୁଡିକ ହେଲା :
୧.କେନ୍ଦ୍ରୀୟ ଡାଟାବେସ୍ ପରିଚାଳନା
ନିଗମରେ ଗୋଟିଏ କେନ୍ଦ୍ରୀୟ ଡାଟାବେସ୍ ପରିଚାଳନା ବ୍ୟବସ୍ଥା ସ୍ଥାପନ ହୋଇଛି । ଓରାକେଲ୍ର ୧୦ଜି ସମନ୍ୱିତ ସଫ୍ଟୱେର ବ୍ୟବସ୍ଥା ଦ୍ୱାରା ନିଗମର ସମସ୍ତ କାର୍ଯ୍ୟ ପରିଚାଳନା କରାଯାଉଛି । ଆରଡିପି ମାଧ୍ୟମରେ ନିଗମର ମୁଖ୍ୟ ଦପ୍ତରରେ ସ୍ଥାପନ ହୋଇଥିବା ଡାଟାବେସ୍ ସର୍ଭର ମାଧ୍ୟମରେ ଦୈନନ୍ଦିତ କାର୍ଯ୍ୟ ତୁଲାଯାଉଛି ।
୨. ଭର୍ଚୁଆଲ ପ୍ରାଇଭେଟ୍ ନେଟ୍ୱାର୍କ (ଭିପିଏନ୍)
ସୁରକ୍ଷିତ ଏବଂ ତ୍ୱରିତ କାର୍ଯ୍ୟ ପରିଚାଳନା ଲାଗି ନିଗମର ମୁଖ୍ୟ ଦପ୍ତର ବାହାରେ ଥିବା ୧୪ଟି ଡିଭିଜନକୁ ଭିପିଏନ୍ ଦ୍ୱାରା ସଂଯୋଗ କରାଯାଇଛି ।
୩.ଇ-ଖରିଦ
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡିଶା ସରକାରଙ୍କ ଆଇଟି ବିଭାଗ, ଏନ୍ଆଇସି, ଭୁବନେଶ୍ୱର ଏବଂ ସରକାରଙ୍କ ଇ-ଖରିଦ ସେଲ୍ ସହାୟତାରେ ଇଡ୍କୋରେ ଇ-ଟେଣ୍ଡରିଂ ବ୍ୟବସ୍ଥା ଲାଗୁ ହୋଇଛି । ୫୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର କାରବାର ଇ-ଟେଣ୍ଡର ମାଧ୍ୟମରେ ହେଉଛି ।
୪.ଇ-ଡେସ୍ପାଚ୍
ନିଗମରେ ଇ-ଡେସ୍ପାଚ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ମୁଖ୍ୟଦପ୍ତର ଓ ଡିଭିଜନ ମଧ୍ୟରେ ସମସ୍ତ ଚିଠିପତ୍ର ଇ-ଡେସ୍ପାଚ୍ ମାଧ୍ୟମରେ ଆଦାନ ପ୍ରଦାନ କରାଯାଉଛି । ଖୁବ୍ଶୀଘ୍ର ସମସ୍ତ ଚିଠିପତ୍ର କାର୍ଯ୍ୟ ଇ-ଡେସ୍ପାଚ୍ ମାଧ୍ୟମରେ ହେବବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।
୫.ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା
ପ୍ରିମାଭେରା ବ୍ୟବହାର କରି ଯୋଜନା ଓ ପରିଚାଳନା ବ୍ୟବସ୍ଥାର ବିକାଶ ହୋଇଛି । ଏହି ବ୍ୟବସ୍ଥାରେ ସମସ୍ତ ନିର୍ମାଣଧିନ ପ୍ରକଳ୍ପ ସହିତ ପ୍ରମୁଖ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ, ହସ୍ତାନର ଆଦିର ପରିଚାଳନା ଓ ନିରୀକ୍ଷଣ ଆଦି କରାଯାଉଛି ।
୬.ଭୂତାତ୍ୱିକ ସୂଚନା ବ୍ୟବସ୍ଥା (ଜିଆଇଏସ୍)
ଡିଜିଟାଇଜ୍ ନକ୍ସା ଏବଂ ଶିଳ୍ପ କରିଡର ଗୁଡିକର ଡାଟାବେସ୍ ପ୍ରସ୍ତୁତ ଲାଗି ଭୂତାତ୍ୱିତ ସୂଚନା ବ୍ୟବସ୍ଥା (ଜିଆଇଏସ୍) ବିକଶିତ କରାଯାଇଛି ।
୭.ୱେବ ଭିତ୍ତିକ ଶିଳ୍ପ ବିକାଶ ପରିଚାଳନା ବ୍ୟବସ୍ଥା
ଓରାକେଲ୍ ମାଧ୍ୟମରେ ନିଗମରେ ୱେବ ଭିତ୍ତିକ ଶିଳ୍ପ କରିଡର ପରିଚାଳନା ବ୍ୟବସ୍ଥା ବିକଶିତ ହେବା ସହ କାର୍ଯ୍ୟକାରୀ କରାଯାଉଛି ।
୮.ଜମି ପରିଚାଳନା ବ୍ୟବସ୍ଥା
ଜମି ଅଧିଗ୍ରହଣ/ହସ୍ତାନ୍ତର ଆଦିର ପରିଚାଳନା ଲାଗି ଲାଗି ଓରାକେଲ୍ ୧୦ଜି ସଫ୍ଟୱେର ବିକାଶ କରାଯାଇଛି ।
୯.ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ (ଇଆରପି)
ନିଗମର ସମସ୍ତ କାର୍ଯ୍ୟକଳାପ ଲାଗି ଏକ ପୂର୍ଣ୍ଣକାଳୀନ ଇଆରପି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହାର ପ୍ରାରମ୍ଭିକ କାର୍ଯ୍ୟ ହାତକୁ ନିଆଯାଇଛି ।