ଶିଳ୍ପ ପୁଞ୍ଜିନିବେଶ ଲାଗି ପ୍ରସ୍ତୁତ ହୋଇ ରହିଥିବା ଭିତ୍ତିଭୂମି ଯୋଗାଣ ହେଉଛି ଇଡ୍କୋର ମୁଖ୍ୟ ବ୍ୟବସାୟ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶାଳ ଶିଳ୍ପ କରିଡର, ଶିଳ୍ପାଞ୍ଚଳ,ଆଇଟି ପାର୍କ ଆଦି ପ୍ରତିଷ୍ଠା କରାଯାଇଛି ।
ଭିତ୍ତିଭୂମି ସୁବିଧା ଯଥା ସଡକ, ଡ୍ରେନ୍, ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଆଦି ଯୋଗାଇ ଦିଆଯାଉଛି । ବିକଶିତ ଜମି ଏବଂ ନିର୍ମାଣ ହୋଇଥିବା ସେଡ୍କୁ ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଲାଗି ସୁଲଭ ଦରରେ ଯୋଗାଇ ଦିଆଯାଉଛି ।
- ୧୦୮ ଶିଳ୍ପାଞ୍ଚଳ / ଆବଶ୍ୟକ ସ୍ଥାନରେ ଚିହ୍ନଟ
- କଳିଙ୍ଗନଗରରେ ଶିଳ୍ପ ଅଭିବୃଦ୍ଧି କେନ୍ଦ୍ର
- ଝାରସୁଗୁଡା, ଛତ୍ରପୁର ଏବଂ କେସିଙ୍ଗାରେ ଶିଳ୍ପ ଅଭିବୃଦ୍ଧି କେନ୍ଦ୍ର
- ଖୋରଧା, ପାରାଦୀପ୍ ଓ ରାୟଗଡାରେ ଆଇଆଇଡି କେନ୍ଦ୍ର
- ଖୋରଧାରେ ଫୁଡ୍ ପାର୍କ
- ଭୁବନେଶ୍ୱରରେ ଏକାମ୍ର ହାଟ
- ଭୁବନେଶ୍ୱରରେ ଇନ୍ଫୋସିଟି
- ଡେରାସରେ ସି ଫୁଡ୍ ପାର୍କ
- ପାରାଦୀପ୍ରେ ପ୍ଲାଷ୍ଟିକ ପାର୍କ
- ଭୁବନରେ ଇଲେକଟ୍ରୋନିକ ପାର୍କ
- ଭୁବନେଶ୍ୱର ଇନ୍ଫୋ ଭ୍ୟାଲି
ଉଦ୍ୟୋଗୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ଡିଭିଜନାଲ ଅଫିସ୍ ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟୋଗୀମାନଙ୍କ ସହାୟତା ସକାଶେ ଓଡିଶା ଶିଳ୍ପ ସହାୟତା ଆଇନ୍ ୨୦୦୪ ଅନୁଯାୟୀ ଜିଲ୍ଲା ଓ ରାଜ୍ୟ ସ୍ତରରେ ଏକକ ବାତାୟନ ପ୍ରତିଷ୍ଠା ହୋଇଛି । ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ଥିବା ଏକକ ବାତାୟନ ବ୍ୟବସ୍ଥାର ଇଡ୍କୋ ହେଉଛି ଏକ ଅଂଶ ।
- ୧୦୦୦ କୋଟି ଟଙ୍କା କିମ୍ବା ଏହାଠାରୁ ଅଧିକ ପରିମାଣର ପୁଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି
ଉଚ୍ଚସ୍ତରୀୟ ଅନୁମୋଦନ କମିଟି ।
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ସ୍ତରୀୟ ଏକକ ବାତାୟନ କମିଟି ୫୦ ରୁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପକୁ
ଅନୁମୋଦନ କରିଥାଏ ।
- ୫୦ କୋଟି କିମ୍ବା ଏହାଠାରୁ କମ୍ ପରିମାଣର ପୁଞ୍ଜିନିବେଶ(ଜିଲ୍ଲା ସ୍ତରୀୟ) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏକକ ବାତାୟନ
କମିଟି ରହିଛି ।
- ଆଇଟି ଏବଂ ଆଇଟିଇଏସ୍, ବିଟି ଏବଂ ପର୍ଯ୍ୟଟନ ପ୍ରକଳ୍ପକୁ ଅନୁମୋଦନ ଲାଗି ସ୍ୱତନ୍ତ୍ର ଅନୁମୋଦନ କମିଟି ରହିଛି ।