ପ୍ରମୁଖ ଶିଳ୍ପ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଚାହିଦା ଅନୁଯାୟୀ ବଡ ବଡ ଜମି ଆବଶ୍ୟକ କରିଥାନ୍ତି । ସେମାନଙ୍କୁ ଇଡ୍କୋ ଉପରେକ୍ତ ସହାୟତା ପ୍ରଦାନ କରିଥାଏ :
- ପ୍ରକଳ୍ପ ଇଲାକା ଚିହ୍ନଟ
- ପ୍ରକଳ୍ପ ପାଇଁ ଜମି ପୃଥକୀକରଣ/ଅଧିଗ୍ରହଣ କରିବା
- ଥଇଥାନ ଏବଂ ପୁର୍ନବାସ ସୁବିଧା
- ଜଙ୍ଗଲ ଅନୁମତି
ଭୂମି ବ୍ୟାଙ୍କ ଯୋଜନା:
ଶିଳ୍ପ ପ୍ରକଳ୍ପ ଗୁଡିକୁ ତୁରନ୍ତ ଜମି ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଜମି ବ୍ୟାଙ୍କ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହାଦ୍ୱାରା ରାଜ୍ୟର ବିଭିନ୍ନ ଇଲାକାରେ ସରକାରୀ ଜମି ଗୁଡିକ ଶିଳ୍ପ ବିକାଶ କାର୍ଯ୍ୟରେ ଲାଗିପାରିବ ।
ଜିଆଇଏସ୍ ଭିତ୍ତିକ ଜମି ସୂଚନା ଏବଂ ପରିଚାଳନା ବ୍ୟବସ୍ଥା :
ଜିଆଇଏସ୍ ଭିତ୍ତିକ ଜମି ସୂଚନା କାର୍ଯ୍ୟକାରୀ ଯୋଗୁଁ ଜମି ବ୍ୟାଙ୍କ୍ ପାଇଁ ଜିଓଗ୍ରାଫିକ ଫର୍ମାଟରେ ଜମି ଚିହ୍ନଟ, ଏହାର ପ୍ରଚାର ଓ ଅନ୍ୟାନ୍ୟ ସୂଚନା ଆଦି ପ୍ରଦାନ କରାଯାଇ ପାରିବ