“
ଟିମ୍ ଓଡିଶା
"ଆର୍ଥିକ ଅଭିବୃଦ୍ଧି ନିମନ୍ତେ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଶିଳ୍ପ ବିକାଶ ସହିତ ନିବେଶକାରୀମାନଙ୍କୁ ପ୍ରୋତ୍ସାହନ ଦେବାଲାଗି ରାଜ୍ୟ ସରକାର ‘ଟିମ୍ ଓଡିଶା’ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟିମ୍ ଓଡିଶାର କ୍ୟାପଟେନ୍ ଥିବାବେଳେ ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଟିମ୍ ଦ୍ୱାରା ଆବଶ୍ୟକ ସ୍ଥଳେ ସମସ୍ତ ସରକାରୀ ସୁବିଧା ପ୍ରଦାନ ସହିତ ଓଡିଶାକୁ ଆର୍ଥିକ ବିକାଶ କ୍ଷେତ୍ରରେ ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରାଇବା ।
ଟିମ୍ ଓଡିଶାର ଭିଜନ
"ପ୍ରାକୃତିକ ସମ୍ପଦର ସଦୁପଯୋଗ କରି ଶିଳ୍ପ ବିକାଶ ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଦ୍ୱାରା ଓଡିଶାର ସାମାଜିକ-ଆର୍ôଥକ ବିକାଶ କରିବା ।"
ଶ୍ରୀ ନବୀନ ପଟ୍ଟନାୟକ
ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡିଶା
ବିକାଶର ଚାଳକ
ଆର୍ନ୍ତଜାତିକ ସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ସରକାର ଦୃଢ ଭାବେ ପୁଞ୍ଜି ନିବେଶକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
ପ୍ରାକୃତିକ
- ବିପୁଳ ଖଣିଜ ସମ୍ପଦ ( ଦେଶର ମୋଟ୍ ଖଣିଜ ସମ୍ପଦର ୧୬.୯୨% ଓଡିଶାରେ ଗଚ୍ଛିତ ଥିବାବେଳେ ଜାତୀୟ ଉତ୍ପାଦନରେ ରାଜ୍ୟର ଅବଦାନ ୧୦.୨୧% ରହିଛି) ।
- ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମି - ଦକ୍ଷିଣ ଏସିଆ ଏବଂ ପଶ୍ଚିମ ବଜାରର ମୁଖଶାଳା ।
- ଶିଳ୍ପ ବ୍ୟବହାର ଲାଗି ବିପୁଳ ଜଳ ଉପଲବ୍ଧ (ଦେଶରେ ଥିବା ମୋଟ୍ ଜଳସମ୍ପଦର ୧୧% ଓଡିଶାରେ ଉପଲବ୍ଧ) ।
- ଓଡିଶା ଉପକୂଳରେ ପ୍ରାକୃତିକ ଗ୍ୟାସ ଠାବ ।
ଆର୍ଥିକ
- ସ୍ୱଳ୍ପ ମୂଲ୍ୟରେ ଶ୍ରମିକ ସହିତ ଦକ୍ଷ ମାନବ ସମ୍ବଳ
ସଂସ୍ଥା
- ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ଏବଂ ଟିମ୍ ଓଡିଶା ଦ୍ୱାରା ଶିଳ୍ପ ସୁବିଧା ଲାଗି ଏକକ ବାତାୟନ ବ୍ୟବସ୍ଥା
- ଆର୍ଥିକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଲାଗି ବିଧିବଦ୍ଧ ଭାବେ ସକରାତ୍ମକ ଯୋଜନା ପ୍ରସ୍ତୁତ
ବିକାଶ କାର୍ଯ୍ୟ
- ବନ୍ଦର ନିକଟରେ ଶିଳ୍ପ ପ୍ରତିଷ୍ଠା ଲାଗି ଜମି ଉପଲବ୍ଧ
- ଉଚିତ୍ ଦରରେ ବଳକା ବିଦ୍ୟୁତ୍ ଯୋଗାଣ
- ଜାତୀୟ ରେଳ ଏବଂ ସଡକର ଅଂଶ ବିଶେଷ
ଭିତ୍ତିଭୂମି
- ପାରାଦୀପ୍ ସ୍ଥିତ ପ୍ରମୁଖ ବନ୍ଦର ସହିତ ଧାମରା, ଗେ।।ପଳପୁର ଏବଂ ଜଟାଧାରୀ ମୁହାଣ
- ୯୦ ଶିଳ୍ପ ପାର୍କ/ ବିକାଶ କେନ୍ଦ୍ର (୯୦୦୦ ହେକ୍ଟର)
- ଉପକୂଳ ଅଞ୍ଚଳକୁ ସମାନ୍ତରାଳ ଭାବେ ରେଳ ଓ ସଡକ ସଂଯୋଗ