ଇଡ୍କୋ ହେଉଛି ଦେଶର ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ ଯିଏ କି ଜର୍ମାନୀର ଟିୟୁଭି ଠାରୁ ଭିତ୍ତିଭୂମି ବିକାଶ, ଶିଳ୍ପାଞ୍ଚଳ ପରିଚାଳନା ଓ ପରାମର୍ଶ, ନକ୍ସା ପ୍ରସ୍ତୁତି, ସିଭିଲି, ଇଲେକ୍ଟ୍ରିକାଲ, ଜଳଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ଇଞ୍ଜିନିୟିିରିଂ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଆଇଏସ୍ଓ ୯୦୦୧ ପ୍ରମାଣପତ୍ର ହାସଲ କରିଛି ।
ଉପଯୁକ୍ତ ବାତାବରଣକୁ ଗୁରୁତ୍ୱ ନଦେଲେ ରାଜ୍ୟରେ ଶିଳ୍ପ ବିକାଶ ହୋଇପାରିବ ନାହିଁ ଇଡ୍କୋ ପ୍ରମାଣ କରିବା ସହିତ ଶିଳ୍ପ ବିକାଶ ପାଇଁ ପରିବେଶ ପରିଚାଳନା, ଭିତ୍ତିଭୂମି ବିକାଶ, ଶିଳ୍ପାଞ୍ଚଳ ପରିଚାଳନା ଓ ପରାମର୍ଶ, ନକ୍ସା ପ୍ରସ୍ତୁତି, ସିଭିଲି, ଇଲେକ୍ଟ୍ରିକାଲ, ଜଳଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ଇଞ୍ଜିନିୟିଂ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଜର୍ମାନୀର ଟିୟୁଭି ଠାରୁ ପୁର୍ନବାର ଆଇଏସ୍ଓ ୧୪୦୦୧ ପ୍ରମାଣପତ୍ର ହାସଲ କରିଛି ।
ଆଇଏସ୍ଓ ପ୍ରମାଣ ପତ୍ର ସହିତ ଇଡ୍କୋ କଡାକଡି ଭାବେ ଉପରୋକ୍ତ ଯୋଜନାକୁ କାର୍ଯ୍ୟକାରୀ କରୁଛି :
ଗୁଣାତ୍ମକ ନୀତି
ଓଡିଶାରେ ବ୍ୟବସାୟ ବାଣିଜ୍ୟ ଲାଗି ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ନିଗମ ଗୁଣାତ୍ମକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥି ସହିତ ଶିଳ୍ପ ଓ ସାମାଜିକ କ୍ଷେତ୍ରରେ ଗ୍ରାହକଙ୍କୁ ସନ୍ତୁଷ୍ଟ କଲାଭଳି ଗୁଣାତ୍ମକ ନିର୍ମାଣ ଉପରେ ଏହି ସଂସ୍ଥା ଜୋର ଦେଉଛି ।
ଗୁଣାତ୍ମକ ଦିଗ
- ଗ୍ରାହକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ସେବା ଯୋଗାଣ
- ଶିଳ୍ପ ବିକାଶ କେନ୍ଦ୍ର ଓ ଶିଳ୍ପାଞ୍ଚଳ ଗୁଡିକରେ ଗୁଣାତ୍ମକ ଭିତ୍ତିଭୂମି ପ୍ରତିଷ୍ଠା
- ଶିଳ୍ପାଞ୍ଚଳର ଠିକଣା ରକ୍ଷଣା ବେକ୍ଷଣ ସହିତ ଆବଶ୍ୟକ ସାମଗ୍ରୀ ଯୋଗାଣ
- ଠିକଣା ସମୟରେ ଧାର୍ଯ୍ୟ ମୂଲ୍ୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା
- ଅନୁକୂଳ ଉଦ୍ଭାବନ କରିବା
- ନିୟମିତ ଭାବେ ଜ୍ଞାନକୌଶଳର ବିକାଶ
- ସହଯୋଗ ଭିତ୍ତିରେ ନିଷ୍ପତ୍ତି ଗ୍ରହଣ
- ନୂତନ ଚିନ୍ତାଧାରାର ବିକାଶ
- ଦକ୍ଷ ଉପ ଠିକାଦାରମାନଙ୍କ ସହିତ ଦୀର୍ଘମିଆଦୀ ସମ୍ପର୍କ ସ୍ଥାପନ
- ସମାଜ ଓ ପରିବେଶକୁ ଗୁରୁତ୍ୱ ପ୍ରଦାନ
ପରିବେଶ ନୀତି
ନିଜର ଗୁଣାତ୍ମକତାକୁ ଦୃଷ୍ଟିରେ ରଖି ନିଗମ ପରିବେଶ ସୁରକ୍ଷା ସହିତ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଉପରୋକ୍ତ କାର୍ଯ୍ୟକଳାପ ଉପରେ ଜୋର ଦେଇଥାଏ :
- ଇଡ୍କୋର କାର୍ଯ୍ୟକଳାପ ଦ୍ୱାରା ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡୁଛି ନିୟମିତ ଭାବେ ନିଗମ ପକ୍ଷରୁ ତାହାର ଅନୁଧ୍ୟାନ କରାଯାଇଥାଏ ।
- ଇଡ୍କୋର କାର୍ଯ୍ୟକ୍ଷେତ୍ରରେ କଡାକଡି ଭାବେ ପରିବେଶ ଆଇନ୍ ଓ ସଙ୍କଳ୍ପ ଗୁଡିକୁ କାର୍ଯ୍ୟକାରୀ କରାଯାଇଥାଏ ।
- ପ୍ରାକୃତିକ ସମ୍ପଦର ଠିକଣା ଭାବେ ଉପଯୋଗ
- ନିଗମର ସମସ୍ତ କର୍ମଚାରୀଙ୍କ ସହିତ ଏହାର ଠିକାଦାର ଏବଂ ଶିଳ୍ପାଞ୍ଚଳରେ ପ୍ରକଳ୍ପ ବସାଇଥିବା ଉଦ୍ୟୋଗପତିମାନଙ୍କୁ ତାଲିମ ପ୍ରଦାନ ।